ଟିଲାଗଡ଼,୩୦/୧୨(ଜେ.ଏନ୍.ଏସ୍.), ଟିଟିଲା ଗଡ଼ ଉପଖଣ୍ଡ ଡାକ୍ତରଖାନାର ନବନିର୍ମିତ କୋଠା ସମ୍ପୂର୍ଣ ହୋଇ ୨ ବର୍ଷ ବିତିବାକୁ ଯାଉଥିବା ବେଳେ ସହର ମଧ୍ୟରୁ ଏହା ସ୍ଥାନାନ୍ତର ନ ହେବାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।ପୂର୍ବ ସରକାର ଅମଳରେ ୫ଟି ଅନ୍ତର୍ଗତ ମୋ ହସ୍ପିଟାଲ ରୁପାନ୍ତରିକରଣ ଅଭିଯାନ ଦ୍ଵାରା ସହର ଉପକଣ୍ଠରେ ପିପଲପଦର ଠାରେ ୨୨ କୋଟିରୁ ଉର୍ଦ୍ଧ ବ୍ୟୟ ଅଟକଳରେ ନୂତନ ଭବ୍ୟ କୋଠା ନିର୍ମିତ ହୋଇଛି। ଏହି ପ୍ରକଳ୍ପ ଅନ୍ତର୍ଗତ ନୂତନ ଓପିଡି କୋଠା, ସିସି ଟିଭି ବ୍ୟବସ୍ଥା, ସ୍ଵଚ୍ଛତା ପରିବେଶ, ଶୌଚାଳୟ, ଅଗ୍ନିଶମ ବ୍ୟବସ୍ଥା, ଔଷଧ ବିତରଣ କେନ୍ଦ୍ର, ଆହାର କେନ୍ଦ୍ର, ପାର୍କିଂ ବ୍ୟବସ୍ଥା, ସୋନ୍ଦର୍ଯ୍ୟକରଣ, ପାଚେରୀ ନିର୍ମାଣ, ବିଭାଗୀୟ କର୍ମଚାରୀଙ୍କ ପାଇଁ ୪୮ଟି ବାସଭବନ ସହ ସମସ୍ତ ଆନୁସାଙ୍ଗିକ ବ୍ୟବସ୍ଥା ଉପଲବ୍ଧ ରହିଛି। ପୂର୍ବ ସରକାର ଅମଳରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଆଭସି ମାଧ୍ୟମରେ ଏହା ଉଦଘାଟିତ ମଧ୍ୟ ହୋଇସାରିଛି। ତେବେ ସମାନ ସ୍ଥିତିରେ ଥିବା ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନା ଦୀର୍ଘଦିନ ପରେ ସୋମବାର ନୂତନ କୋଠାକୁ ସ୍ଥାନାନ୍ତର ହୋଇଥିବା ବେଳେ ଟିଟିଲାଗଡ଼ ଉପଖଣ୍ଡ ଡାକ୍ତରଖାନା କେବେ ସ୍ଥାନାନ୍ତର ହେବ ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି? ଗୋଟିଏ ପଟେ ପ୍ରଶାସନିକ ଓ ରାଜନୈତିକ ଉଦାସୀନତା ଯୋଗୁଁ ଏହା ସ୍ଥାନାନ୍ତର ହୋଇପାରୁ ନ ଥିବା ଅଭିଯୋଗ ଉଠୁଥିବା ବେଳେ ଅପରପକ୍ଷରେ ସହରର ମଧ୍ୟ ଭାଗରେ ଥିବା ଡାକ୍ତରଖାନାକୁ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର କରାଯାଇ ଡାକ୍ତରଖାନା ସ୍ଥାନାନ୍ତର କରାଯିବାକୁ ବିଭିନ୍ନ ମହଲରୁ ଦାବୀ ହୋଇଛି। ତେବେ ୨ ବର୍ଷ ପୂର୍ବରୁ ସହର ମଧ୍ୟରୁ ଏଠାକୁ ମାତୃ ଓ ଶିଶୁ ଡାକ୍ତରଖାନା ସ୍ଥାନାନ୍ତର ହୋଇ ସାରିଥିବା ବେଳେ ନୂତନ କୋଠାରେ ସମସ୍ତ ଅତ୍ୟାଧୁନିକ ସୁବିଧା ସୁଯୋଗ ଉପଲବ୍ଧ ଥାଇ ଏସ ଡି ଏଚ୍ କୁ ସ୍ଥାନାନ୍ତର କରା ନ ଯିବା ରୋଗୀ ଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ରୁ ବଞ୍ଚିତ କରିବା ସଦୃଶ ହୋଇଛି।
ସେମାନଙ୍କ ମତରେ…..
ଡାକ୍ତରଖାନା ସ୍ଥାନାନ୍ତର ନେଇ ପୂର୍ବରୁ ସହରର ସମସ୍ତ ସାମାଜିକ ସଙ୍ଗଠନ ର ମତାମତ ଲୋଡା ଯାଇଥିଲା।ସହର ମଧ୍ୟରେ ଥିବା ଡାକ୍ତରଖାନା କୁ ସହରାଞ୍ଚଳ ପ୍ରାଥମିକ ଡାକ୍ତରଖାନା ଘୋଷଣା କରାଯାଇ ଏହାକୁ ସ୍ଥାନାନ୍ତର କରାଯିବାକୁ ସାଧାରଣରେ ଦାବୀ ରହିଛି।ଜନମତ କୁ ପ୍ରାଥମିକତା ଦେଇ ଖୁବ ଶୀଘ୍ର ନିଷ୍ପତି ନିଆଯିବ।
-ନବୀନ ଜୈନ,ବିଧାୟକ
ଟିଟିଲାଗଡ଼ ଡାକ୍ତରଖାନାରେ ଡାକ୍ତର ଅଭାବ ସମସ୍ୟା ଚିରା ଚରିତ ଭାବରେ ଲାଗିରହିଛି।ପ୍ରଥମେ ବିଭିନ୍ନ ବିଭାଗରେ ଆବଶ୍ୟକ ଥିବା ଡାକ୍ତର ଅଣାଯାଇ ଡାକ୍ତରଖାନା ସ୍ଥାନାନ୍ତର କରାଗଲେ ରୋଗୀ ତଥା ସହରବାସୀ ଉପକୃତ ହେବେ।
-ରାଧାକାନ୍ତ ପାଢ଼ୀ, ସଭାପତି ନାଗରିକ ମଞ୍ଚ
ସହର ଉପାନ୍ତରେ ନୂତନ ଡାକ୍ତରଖାନା କୋଠା ରହିଛି। ପ୍ରାଥମିକ ଚିକିତ୍ସା ପାଇଁ ରୋଗୀ ଏତେ ଦୂରକୁ ଯାଇ ଚିକିତ୍ସା କରାଇବା କଷ୍ଟକର। ସହର ମଧ୍ୟରେ ପ୍ରାଥମିକ ଚିକିତ୍ସା କେନ୍ଦ୍ର କରାଯାଇ ଏହାକୁ ସ୍ଥାନାନ୍ତର କଲେ ସହରବାସୀ ଉପକୃତ ହେବେ।
-ଈଶ୍ୱର ଚନ୍ଦ୍ର ଜୈନ, ସଭାପତି,ଔଷଧ ବିକ୍ରେତା ସଂଘ
କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ କୋଠାକୁ ଡାକ୍ତରଖାନା ସ୍ଥାନାନ୍ତର କରା ନଯିବା ଏବଂ ରୋଗୀଙ୍କୁ ଉତ୍ତମ ଚିକିତ୍ସା ପାଇବାରୁ ବଞ୍ଚିତ କରାଯିବା ପରିତାପର ବିଷୟ।
-ରମେଶ ଅଗ୍ରୱାଲ,ରାଜ୍ୟସଭା ସାଂସଦ ପ୍ରତିନିଧି


ଟିଟିଲାଗଡ଼ ଡାକ୍ତରଖାନାରେ ଡାକ୍ତର ଅଭାବ ସମସ୍ୟା ଚିରା ଚରିତ ଭାବରେ ଲାଗିରହିଛି।ପ୍ରଥମେ ବିଭିନ୍ନ ବିଭାଗରେ ଆବଶ୍ୟକ ଥିବା ଡାକ୍ତର ଅଣାଯାଇ ଡାକ୍ତରଖାନା ସ୍ଥାନାନ୍ତର କରାଗଲେ ରୋଗୀ ତଥା ସହରବାସୀ ଉପକୃତ ହେବେ।
ସହର ଉପାନ୍ତରେ ନୂତନ ଡାକ୍ତରଖାନା କୋଠା ରହିଛି। ପ୍ରାଥମିକ ଚିକିତ୍ସା ପାଇଁ ରୋଗୀ ଏତେ ଦୂରକୁ ଯାଇ ଚିକିତ୍ସା କରାଇବା କଷ୍ଟକର। ସହର ମଧ୍ୟରେ ପ୍ରାଥମିକ ଚିକିତ୍ସା କେନ୍ଦ୍ର କରାଯାଇ ଏହାକୁ ସ୍ଥାନାନ୍ତର କଲେ ସହରବାସୀ ଉପକୃତ ହେବେ।
ପୁରୁଣା ଡାକ୍ତରଖାନା ପରିସରରେ ରକ୍ତଭଣ୍ଡାର ରହିଛି।ଏମ ସି ଏଚ ୨ ବର୍ଷ ପୂର୍ବରୁ ନୂତନ କୋଠାକୁ ସ୍ଥାନାନ୍ତର ହୋଇସାରିଛି।ପ୍ରସବ ଜନିତ ଅସ୍ତ୍ରୋପଚାର ସମୟରେ ରୋଗୀ ପରିଜନଙ୍କୁ ରକ୍ତ ନେବାକୁ ନାକେ ଦମ୍ ହେବାକୁ ପଡୁଛି।ଡାକ୍ତରଖାନାକୁ ଯଥାଶୀଘ୍ର ସ୍ଥାନାନ୍ତର କରାଗଲେ ଗୋଟିଏ ପରିସରର ମଧ୍ୟରେ ସମସ୍ତ ସୁବିଧା ଉପଲବ୍ଧ ହୋଇ ପାରିବ।ବିଭାଗୀୟ କର୍ମଚାରୀ ମଧ୍ୟ ଟିକେ ଆସ୍ଵସ୍ଥ ହୋଇପାରିବେ।