ଟିଟିଲାଗଡ଼,୧୭/୧(ଜେଏନଏସ),ସ୍ଥାନୀୟ ସରକାରୀ ବାଳକ ହାଇସ୍କୁଲ ଖେଳ ପଡିଆ ଠାରେ ଉପଖଣ୍ଡସ୍ତରୀୟ ଘଣ୍ଟାସୁଣୀ ଲୋକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମ ର ସଭାପତି ତଥା ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ ଙ୍କ ସଭାପତିତ୍ବରେ ପ୍ରଥମେ ସହରର ଅଧିଷ୍ଠାତ୍ରୀ ଦେବୀ ମାଁ ଘଣ୍ଟାସୁଣୀ ଙ୍କ ପୂଜାଚ୍ଚର୍ନା କରାଯାଇ ମାଁ ଙ୍କ ଅଖଣ୍ଡ ଦୀପ ସହ ଏକ ଶୋଭାଯାତ୍ରା ସହର ପରିକ୍ରମା କରି ସଭା ସ୍ଥଳ କୁ ଆସିଥିଲା। ଉଦଘାଟନୀ ଉତ୍ସବରେ ବିଧାୟକ ନବୀନ ଜୈନ ମୁଖ୍ୟଅତିଥି, ପୌର ଅଧ୍ୟକ୍ଷା ମମତା ଦେବୀ ଜୈନ,ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା ନାୟକ,ଏଡ଼ିପିଓ ଯଶୋବନ୍ତ ନାରାୟଣ ପ୍ରାଧାନୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ।ଲୁକ୍କାୟିତ ପ୍ରତିଭା ଓ ପାରମ୍ପରିକ କଳା କୁ ରାଜ୍ୟ ତଥା ଜାତୀୟ ସ୍ତରରେ ପରିଚିତ କରାଇବା ରେ ଏହି ଉତ୍ସବ ର ପ୍ରାଧାନ୍ୟ ଥିବା ମୁଖ୍ୟ ଅତିଥି ଶ୍ରୀ ଜୈନ ଉଲ୍ଲେଖ କରିଥିଲେ।ତାଙ୍କ ସରକାର କଳା,ସଂସ୍କୃତି ଓ ଐତିହ୍ୟ କୁ ପ୍ରାଧାନ୍ୟ ଦେଉଥିବା ଏବଂ କଳାକାର ଙ୍କୁ ସମ୍ମାନ ଦେଇ କଳାକାର ଭତ୍ତା ବୃଦ୍ଧି କରିଥିବା ପ୍ରକାଶ କରିଥିଲେ।ଏହି ଅବସରରେ ଟିଟିଲାଗଡ ମାଟି ର ଦିବଂଗତ କଳାକାର ଙ୍କ ପରିବାର ସଦସ୍ୟ ଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା।ଉପଖଣ୍ଡ ଅନ୍ତର୍ଗତ ବିଭିନ୍ନ ବ୍ଲକ ରୁ ନିଜ କଳା ଓ ପ୍ରତିଭା ପ୍ରଦର୍ଶନ କରିଥିବା ଦଳ ମଧ୍ୟର ଶ୍ରେଷ୍ଟ ବିବେଚିତ ହୋଇଥିବା କଳାକାର ଙ୍କୁ ଜିଲ୍ଲାସ୍ତରୀୟ ମହୋତ୍ସବକୁ ମନୋନୀତ କରାଯାଇଥିଲା।କାର୍ଯ୍ୟକ୍ରମ ଦ୍ଵିତୀୟ ପର୍ଯ୍ୟାୟ ତଥା ଉଦଯାପନୀ ଉତ୍ସବରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟଅତିଥି,ପ୍ରାକ୍ତନ ଅଧ୍ୟକ୍ଷ ଡ଼ ଛାୟାକାନ୍ତ ଷଡ଼ଙ୍ଗୀ ମୁଖ୍ୟବକ୍ତା,ସାଂସଦ ଙ୍କ ପ୍ରତିନିଧି ପ୍ରଶାନ୍ତ ଷଡ଼ଙ୍ଗୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ।କେସିଙ୍ଗା ର ସୁଧିର ନାୟକ ମଞ୍ଚ ପରିଚାଳନା କରିଥିଲେ।ମୁଖ୍ୟ ଅତିଥି ଶ୍ରୀ ବାଗ ଏହି ଉତ୍ସବ ଅଞ୍ଚଳ ର କଳା ଓ ପ୍ରତିଭା କୁ ପ୍ରତିଷ୍ଠିତ କରିବାରେ ସହାୟକ ହୋଇଛି ବୋଲି କହିଥିଲେ।ସେହିପରି ମୁଖ୍ୟ ବକ୍ତା ଡ଼ ଷଡ଼ଙ୍ଗୀ ଲରମ୍ଭା ର କଳାକାର ଗୁରୁବାରି ମିର୍ଦ୍ଧା ଡାଲଖାଇ ନାଚି ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଙ୍କୁ ନଚାଇଥିବା କହିବା ସହ ଏହି ଅଞ୍ଚଳର କଳା କେତେ ଉଚ୍ଚକୋଟୀର ତାହା ଉଲ୍ଲେଖ କରିଥିଲେ।ସଭା ଶେଷରେ ସାଂସଦ ପ୍ରତିନିଧି ଶ୍ରୀ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୌର ନିର୍ବାହୀ ଅଧିକାରୀ ଚନ୍ଦନ ଶତପଥୀ,ତହସିଲଦାର ଶଙ୍କର ବାଗ,ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ,ସତ୍ୟନାରାୟଣ ବହିଦାର ପ୍ରମୁଖ ଉପସ୍ଥିତ ଥିଲେ।ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଟିଟିଲାଗଡ ର ଢାପ ନାଚ ଓ ପ୍ରସିଦ୍ଧ କଳାକାର ରୁକୁ ସୁନା ଙ୍କ ପ୍ରଦର୍ଶନ ଉପସ୍ଥିତ ଶତାଧିକ ଦର୍ଶକ ଙ୍କୁ ବିଭୋର କରିଥିଲା।

