ଟିଟିଲାଗଡ,୧୫/୧(ଜେଏନଏସ),କିଛିଦିନ ଅନ୍ତରାଳରେ ବଲାଙ୍ଗୀର ଜିଲ୍ଲା ଆଉ ଜଣେ କଳାକାର ଙ୍କୁ ହରାଇଛି।ବୁର୍ଲା ମେଡିକାଲ୍ ଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତ ବିଳମ୍ବିତ ରାତିରେ ବିଶିଷ୍ଟ ଲୋକଗୀତ ଗାୟିକା କୁନି ଛତ୍ରିଆ ଙ୍କ ପରଲୋକ ଘଟିଛି।ଶ୍ୱାସ ସମ୍ବନ୍ଧୀୟ ରୋଗ ରେ ପୀଡ଼ିତ ହୋଇ ପ୍ରଥମେ ବଲାଙ୍ଗୀର ଭୀମଭୋଇ ହସ୍ପିଟାଲ ଓ ପରେ ବୁର୍ଲା ମେଡିକାଲ୍ ରେ ସେ ସାତ ଧରି ଚିକିତ୍ସିତ ଥିଲେ।ବଲାଙ୍ଗୀର ଜିଲ୍ଲା ତୁଷୁରା ରୁ ଯାଇ ଲୋକଗୀତ ତଥା ସାନ ବଡ଼ ଘୁଡୁକା ନାଚ କୁ ସେ ଦେଶ ତଥା ବିଶ୍ଵ ଦରବାର ରେ ପରିଚିତ କରାଇବାରେ ସଫଳ ହୋଇଥିଲେ।ତୁଷୁରା ରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।ତାଙ୍କ ବିୟୋଗରେ କଳାକାର ଜଗତ ତଥା ବିଭିନ୍ନ ମହଲରୁ ଗଭୀର ଶୋକ ପ୍ରକାଶ ପାଇଛି।

