ଆନ୍ତଃ ସ୍କୁଲ ସ୍ତରୀୟ ବିଜ୍ଞାନ ମେଳା

0
6

ଟିଟିଲାଗଡ଼,୨୨/୧୧(ଜେଏନଏସ),ଇମିସ,ସ୍ଥାନୀୟ ସେଣ୍ଟ ଜାଭିଅର୍ସ ପବ୍ଲିକ ସ୍କୁଲ ଠାରେ ଆନ୍ତଃ ସ୍କୁଲ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ପ୍ରତିଷ୍ଠାତା ସତ୍ୟବ୍ରତ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ।ଏହି ମେଳାରେ ପ୍ରଥମ ରୁ ଷଷ୍ଠ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ଦ୍ୱାରା ୧୯ ଗୋଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା।ସୌର ଶକ୍ତି ରୁ ବିଜୁଳି ଉତ୍ପାଦନ, ବିଶୁଦ୍ଧ ପାନୀୟ ଜଳ ପ୍ରସ୍ତୁତି, ଆଗ୍ନେୟ ଉଦଗୀରଣ,ସୂର୍ଯ୍ୟ ପରାଗ, ଚନ୍ଦ୍ର ଗ୍ରହଣ, ଗ୍ରହ ମଣ୍ଡଳ, ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ ଆଦି ବିଭିନ୍ନ ପ୍ରକଳ୍ପ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ପ୍ରଦର୍ଶିତ ହୋଇଥିଲା।କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ବିମଲ ଦୀପ,ଶିକ୍ଷୟତ୍ରୀ ବାସନ୍ତୀ ନାଗ,ନିରୁପମା ସେଠ, ଝୁନୁ ନାଗ,ସ୍ୱପ୍ନା ତାଣ୍ଡି,ସାହୀନ ବେଗମ, ସ୍ୱପ୍ନା ଲାକ୍ରା, ବିନ୍ଦୁ କଟା, ସ୍ମିତାମୟୀ ଛତର,ମନୀଷା ଦାସ, ରାଜେଶ ବାଗ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here