ଅଖିଳ ଭାରତୀୟ ଅଗ୍ରୱାଲ ମହାସଭାର ରାଷ୍ଟ୍ରୀୟ ଅଧିବେଶନ ଅଗ୍ରବିଭୁତି ଓ ଅଗ୍ରଗୌରବ ସମ୍ମାନରେ ରାଷ୍ଟ୍ରୀୟ ପ୍ରବକ୍ତା ଜଗଦୀଶ ଜୈନ ସମ୍ବର୍ଦ୍ଧିତ ।

0
17

ଟିଟିଲାଗଡ଼ ,୦୩/୦୧/୨୦୨୬ (ଜେ.ଏନ୍. ଏସ୍), ସାମ୍ବାଦିକତା ତଥା ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ସାମ୍ବାଦିକ ତଥା ଅଖିଳ ଭାରତୀୟ ଅଗ୍ରୱାଲ ସଭାର ରାଷ୍ଟ୍ରୀୟ ପ୍ରବକ୍ତା, ରାଷ୍ଟ୍ରୀୟ ଓ ପ୍ରାନ୍ତୀୟ ସମ୍ମାନରେ ସମ୍ବର୍ଦ୍ଧିତ ହୋଇଛନ୍ତି । ପ୍ରକାଶ ଯେ, ଗତ ଡିସେମ୍ବର ୨୮ତାରିଖରେ ରାଜସ୍ଥାନର କୋଟା ସ୍ଥିତ ଅଗ୍ରୱାଲ ସେବା ସଦନ ଠାରେ ଅନୁଷ୍ଠିତ ଅଖିଳ ଭାରତୀୟ ଅଗ୍ରୱାଲ ମହାସଭାର ରାଷ୍ଟ୍ରୀୟ କାର୍ଯ୍ୟକାରଣୀ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏଥିରେ ୩୩ଟି ରାଜ୍ୟର ୭୦ରୁ ଉର୍ଦ୍ଧ୍ୱ ପ୍ରତିନିଧି ଓ କୋଟାର ଶତାଧ‌ିକ ସଭ୍ୟ ସଭ୍ୟା  ଯୋଗ ଦେଇଥିବା ବେଳେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବ୍ୟକ୍ତି ବିଶେଷଙ୍କୁ ରାଷ୍ଟ୍ରୀୟ ସଭା ଓ କୋଟା ସଭା ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ତନ୍ମଧ୍ୟରୁ ଅଖିଳ ଭାରତୀୟ ଅଗ୍ରୱାଲ ମହାସଭାର ରାଷ୍ଟ୍ରୀୟ ପ୍ରବକ୍ତା ତଥା ସାମ୍ବାଦିକ ଜଗଦୀଶ ଜୈନ ଅନ୍ୟତମ । ଅଖିଳ ଭାରତୀୟ ଅଗ୍ରୱାଲ ମହାସଭାର ରାଷ୍ଟ୍ରୀୟ ଅଧ୍ୟକ୍ଷ ସତୀଶ ଅଗ୍ରୱାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଲୋକସଭା ବାଚସ୍ପତି ବିର୍ଲାଙ୍କ ଦାଦା ରାଜେଶ ବିର୍ଲା ମୁଖ୍ୟ ଅତିଥି, ନେପାଳର ମହାସଭା ଅଧ୍ୟକ୍ଷ କୌଶଳ କିଶୋର କାନ୍ତ, ରାଷ୍ଟ୍ରୀୟ ମହିଳା ଅଧ୍ୟକ୍ଷା ମୃଦୃଳା ଅଗ୍ରୱାଲ, ରାଷ୍ଟ୍ରୀୟ ମହାମନ୍ତ୍ରୀ ହରିଓମ ଗର୍ଗ ଓ ରମେଶ ଜୈନ, ରାଷ୍ଟ୍ରୀୟ ପରାମର୍ଶ ଦାତା ରାଧେଶ୍ୟାମ ଦାସ ଅଗ୍ରୱାଲ, ରାଷ୍ଟ୍ରୀୟ ପ୍ରବକ୍ତା ଜଗଦୀଶ ଜୈନ ପ୍ରମୁଖ ପଦାଧିକାରୀ ଉପସ୍ଥିତ ଥିଲେ । ଶ୍ରୀ ଜୈନ ସାମ୍ବାଦିକତା କ୍ଷେତ୍ରରେ ସଫଳତା ହାସଲ କରିବା, ଅଗ୍ରୱାଲ ମହାସଭାକୁ ସୁଦୃଢ କରିବା ପାଇଁ ମାଇଲଖୁଣ୍ଟ  ସାଜି ସର୍ବାଧ‌ିକ ସଦସ୍ୟଙ୍କୁ ଯୋଡ଼ି ରେକର୍ଡ ସୃଷ୍ଟି କରିବା, ଜନହିତକର କାର୍ଯ୍ୟ ପାଇଁ ସଭାକୁ ଉପଯୁକ୍ତ ପରାମର୍ଶ ଦେବା ସହ ସମାଜସେବା କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିର୍ବାହ ପାଇଁ ରାଷ୍ଟ୍ରୀୟ ସମ୍ମାନ ଅଗ୍ରବିଭୁତି ଓ କୋଟା ଅଗ୍ରୱାଲ ମହାସଭା ପକ୍ଷରୁ ପ୍ରାନ୍ତୀୟ ସମ୍ମାନ ଅଗ୍ରଗୌରବ ସମ୍ମାନରେ ସମ୍ବଦ୍ଧିତ କରାଯାଇଥିବା ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅଗ୍ରୱାଲ ଘୋଷଣା କରିଥିଲେ । ପରେ ପ୍ରାନ୍ତୀୟ ସଭାପତି ଶମ୍ଭୁ ଗୋୟଲଙ୍କ ଅନୁପସ୍ଥିତିରେ ତାଙ୍କ ସମ୍ମାନ ମଧ୍ୟ ଗ୍ରହଣ କରିଥିଲେ । ଶ୍ରୀ ଜୈନ ଟିଟିଲାଗଡ଼ ଫେରିବା ପରେ ଅଞ୍ଛଳ ଭାରତୀୟ ଅଗ୍ରୱାଲ ମହାସଭାର ପ୍ରାନ୍ତୀୟ ଅଧ୍ୟକ୍ଷ ଶମ୍ଭୁ ଗୋୟଲ, ସମ୍ପାଦକ ଗୋପାଳକୃଷ୍ଣ ଜୈନ, କୋଷାଧ୍ୟକ୍ଷ ବିଜୟ ଜୈନ, ଈଶ୍ଵର ଜୈନ, ଗୋପାଲ୍ ଲାଠ, ଜିଲ୍ଲା ଶାଖା ସଭାପତି ନରେନ୍ଦ୍ର ଅଗ୍ରୱାଲ, ସମ୍ପାଦକ ଶୈଲେଶ ଗୋୟଲ ପ୍ରମୁଖ ଫୁଲତୋଡ଼ା ଦେଇ ଶୁଭେଚ୍ଛା ଜଣାଇଛନ୍ତି । ବିଶେଷକରି ସାମ୍ବାଦିକ ଜିତୁ ସାହୁ ଓ ବନ୍ଧୁ ପ୍ରଶାନ୍ତ ପାଢି ରେଳ ଷ୍ଟେସନ ପହଞ୍ଚି ସ୍ଵାଗତ ଜଣାଇଥିଲେ । ଏଥିସହ ବିଭିନ୍ନ ମହଳରୁ ଶୁଭେଚ୍ଛାର ବାର୍ତ୍ତା  ଛୁଟିବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here