ଟିଟିଲାଗଡ,୨୩/୧୨(ଜେଏନଏସ),ଟିଟିଲାଗଡ ଲାୟନ୍ସ୍ କ୍ଲବ ପକ୍ଷରୁ ସ୍ଥାନୀୟ ଲାୟଂସ ସମ୍ମିଳନୀ କକ୍ଷରେ ମଙ୍ଗଳବାର ସନ୍ଧ୍ୟା ରେ ସୁସ୍ଥତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ସଭାପତି ସଞ୍ଜୟ ସୋନି ଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମ ରେ ଦିବ୍ୟ ଜ୍ୟୋତି ଜାଗୃତି ସଂସ୍ଥାନ ର ଅନ୍ତର୍ଜାତିକ ବାଗ୍ମୀ ଡ଼. ସର୍ବେଶ୍ଵର ଜି ଯୋଗଦେଇ ସାଂପ୍ରତିକ ସମାଜରେ ବ୍ୟସ୍ତ ବହୁଳ ଜୀବନ ଚର୍ଯ୍ୟା ରେ ଏକାଗ୍ରତା,ମନୋବଳ ବୃଦ୍ଧି ଓ ଆଧ୍ୟାତ୍ମିକତା ର ଆବଶ୍ୟକତା ଏବଂ ଉପାଦେୟତା ସମ୍ବନ୍ଧରେ ଦିଗ ଦର୍ଶନ ଦେଇଥିଲେ।ସଂଗଠନ ର ପ୍ରାନ୍ତପାଳ ଯମୁନା ପ୍ରସାଦ ଗୋୟଲ ଓ ବରିଷ୍ଠ ସଦସ୍ୟ ଈଶ୍ୱର ଚନ୍ଦ୍ର ଜୈନ କଥାବ୍ୟାସ ସର୍ବେଶ୍ଵର ଜି ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ସମ୍ପାଦକ ପଙ୍କଜ ନାମଦେଵ,କୋଷାଧ୍ୟକ୍ଷ ବିନୟ ଜୈନ,ପ୍ରକଳ୍ପ ନିର୍ଦ୍ଦେଶକ ସଂଜୟ ନାୟକ,ଶୈଳେଶ ଗୋୟଲ,ଲିଙ୍ଗରାଜ ସାହୁ,ଗଙ୍ଗାଧର ଶର୍ମା,ଦୀପକ ପୃଷ୍ଟି ପ୍ରମୁଖ ସହଯୋଗ କରିଥିଲେ।କାର୍ଯ୍ୟକ୍ରମରେ ସହରର ବିଭିନ୍ନ ସାମାଜିକ ଅନୁଷ୍ଠାନ ର ପ୍ରତିନିଧି ଙ୍କ ସହ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ। ଲାୟନ ଉମେଶ କନୋଡ଼ିଆ ଧନ୍ୟବାଦ ଅର୍ପଣ କରିଥିଲେ।

