ଟିଟିଲାଗଡ,୦୨/୦୨(ଜେଏନଏସ),ଭାରତୀୟ ଜୀବନ ବୀମା ନିଗମ ଅଭିକର୍ତ୍ତା ସଂଘ ଟିଟିଲାଗଡ ଶାଖା ର ୨୯ ତମ ସାଧାରଣ ବାର୍ଷିକ ସଭା ପୁଞ୍ଜିପଦର ମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି, ଲିଆଫି କ୍ଷେତ୍ରୀୟ କୋଷାଧ୍ୟକ୍ଷ ଯୁବଜାନି ବେଜ,ସମ୍ବଲପୁର ମଣ୍ଡଳ କାର୍ଯ୍ୟକାରୀ ସଭାପତି ଇଂ ଅଜିତ କର, ସମ୍ପାଦକ ପ୍ରମୋଦ ପାଣିଗ୍ରାହୀ,କୋଷାଧ୍ୟକ୍ଷ କେ କୁମାର ସ୍ଵାମୀ, ଉପସଭାପତି ପ୍ରଦୀପ ମହାନ୍ତି,ଧର୍ମ କୁମାର ସାହୁ, ଟିଟିଲାଗଡ ଶାଖା ପ୍ରବନ୍ଧକ କେଶବ ବେରିଆ ଓ କଣ୍ଟାବାଞ୍ଜି ଶାଖା ପ୍ରବନ୍ଧକ ମନୋଜ ରଣା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଅଭିକର୍ତ୍ତା ଙ୍କୁ ଉତ୍ସାହିତ କରିଥିଲେ। ଶାଖା ସଭାପତି ବୈକୁଣ୍ଠ ମେହେର ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ ଅସୀମ କୁଣ୍ଡୁ ବାର୍ଷିକ ବିବରଣୀ ପାଠ ଓ କୋଷାଧ୍ୟକ୍ଷ କ୍ଷୀରୋଦ ସାହୁ ଆୟବ୍ୟୟ ବିବରଣୀ ପ୍ରଦାନ କରିଥିଲେ।ଜୀବନ ବୀମା ଅଭିକର୍ତ୍ତା ଦେବଦୂତ ଭଳି ଗୋଟିଏ ପରିବାର କୁ ବୀମା ସୁରକ୍ଷା କବଚ ପ୍ରଦାନ କରୁଥିବା ଏବଂ ଏହି ବୃତ୍ତି ଏକ ସମାଜ ସେବା ସଦୃଶ ବୋଲି ମୁଖ୍ୟ ଅତିଥି ବିଧାୟକ ଶ୍ରୀ ବାଗ ଉଲ୍ଲେଖ କରିଥିଲେ।ବର୍ତ୍ତମାନ ପରିପ୍ରେକ୍ଷୀରେ ବୀମାଧାରକ ଓ ଅଭିକର୍ତ୍ତା ଙ୍କ ବୃହତ୍ତର ସ୍ବାର୍ଥ କୁ ନେଇ ସଂଘ ଜାତୀୟ ସ୍ତରରେ ସଂଗ୍ରାମ ଜାରି ରଖିଥିବା ବେଳେ ତୃଣମୂଳ ସ୍ତରରେ ସଙ୍ଗଠନ ସୁଦୃଢ଼ କରିବାକୁ ସମ୍ମାନିତ ଅତିଥି ଈଂ.କର ଆହ୍ଵାନ ଦେଇଥିଲେ।ଏହି ଅବସରରେ ଜୀବନ ବୀମା ମୁଖ୍ୟ ପରାମର୍ଶଦାତା ଜଗନ୍ନାଥ ମିଶ୍ର, ବରିଷ୍ଠ ଅଭିକର୍ତ୍ତା ଉତ୍ତମ ଦେ,ନାରାୟଣ ରଣା,ସୁରଥ ବେହେରା,ଯୋଗେଶ ପଟ୍ଟନାୟକ ପ୍ରମୁଖ ଙ୍କୁ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।କାର୍ଯ୍ୟକ୍ରମ ର ଦ୍ଵିତୀୟ ପର୍ଯ୍ୟାୟରେ ସଂଘ ର ନୂତନ କର୍ମକର୍ତ୍ତା ଚୟନ ପାଇଁ ନିର୍ବାଚନ ପ୍ରକିୟା ସମାପନ ହୋଇଥିଲା।ଆଗାମୀ ୨ ବର୍ଷ ପାଇଁ ବୁଲବୁଲ ମେହେର ସଂଘ ସଭାପତି,ସନ୍ତୋଷ ପୁରୋହିତ ଓ ନାରାୟଣ ରଣା ଉପସଭାପତି,ଅସୀମ କୁଣ୍ଡୁ ସମ୍ପାଦକ,ଯୋଗେଶ ପଟ୍ଟନାୟକ ଓ ଶଙ୍କର ଜାଲ ସହ ସମ୍ପାଦକ ଏବଂ କ୍ଷୀରୋଦ ସାହୁ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ।ସଭା ଶେଷରେ ଅଭିକର୍ତ୍ତା ପଦ୍ମନାଭ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମରେ ମଣ୍ଡଳ ଅନ୍ତର୍ଗତ ବିଭିନ୍ନ ଶାଖା ପ୍ରତିନିଧି ଙ୍କ ସହ ଶତାଧିକ ସ୍ଥାନୀୟ ଅଭିକର୍ତ୍ତା ଉପସ୍ଥିତ ଥିଲେ।

