ଟିଟିଲାଗଡ,୧୮/୧୨(ଜେଏନ୍ଏସ), ଟିଟିଲାଗଡ ପୁଲିସ ପକ୍ଷରୁ ବେଆଇନ ଭାବରେ ଚାଲାଣ କରାଯାଉଥିବା ୯ ଜଣ ଦାଦନ ଶ୍ରମିକ ଙ୍କୁ ଉଦ୍ଧାର କରାଯିବା ସହ ଘଟଣାରେ ସଂପୃକ୍ତ ୩ ଦାଦନ ସର୍ଦ୍ଧାର ଙ୍କୁ ଗିରଫ କରାଯାଇଛି।ସୂଚନା ଅନୁଯାୟୀ ସହରର ବ୍ଲକ ପଡ଼ା ଠାରେ ଥିବା ଏକ ହୋଟେଲ ମଧ୍ୟରେ କିଛି ମହିଳା ଓ ପୁରୁଷ ଦାଦନ ଶ୍ରମିକ ଙ୍କୁ ଆଣି ରଖାଯାଇଥିବା ଏବଂ ଭୋର୍ ରୁ ସେମାନଙ୍କୁ ଟିଟିଲାଗଡ ଷ୍ଟେସନ ରୁ ଟ୍ରେନ ଯୋଗେ ବେଆଇନ ଭାବରେ ହାଇଦ୍ରାବାଦ କୁ ଚାଲାଣ କରାଯିବା କୁ ଥିବା ନେଇ ପୁଲିସ କୁ ସୂଚନା ମିଳିଥିଲା।ସୂଚନା ପାଇ ଟିଟିଲାଗଡ ପୁଲିସ ସଂପୃକ୍ତ ହୋଟେଲ ରେ ଚଢାଉ କରି ୯ ଜଣ ମହିଳା ଓ ପୁରୁଷ ଶ୍ରମିକ ଙ୍କ ସହ ୪ ଜଣ ନାବାଳକ ଙ୍କୁ ଉଦ୍ଧାର କରିଥିଲା।ଏଥିସହ ଘଟଣାରେ ସଂପୃକ୍ତ ମଧୁ କୁମ୍ଭାର,ପିଙ୍କୁ ଛତ୍ରିଆ ଓ ଏମ.ନରେଶ ନାମକ ୩ ଜଣ ଦାଦନ ସର୍ଦ୍ଧାର ଙ୍କୁ ଗିରଫ କରିଥିଲା।ସହକାରୀ ଶ୍ରମ ଅଧିକାରୀ ରଜନୀକାନ୍ତ ଛତ୍ରିଆ ଟିଟିଲାଗଡ ଥାନା କୁ ଆସି ସମସ୍ତ ଦସ୍ତାବେଜ ଯାଞ୍ଚ କରିବା ପରେ ଉଦ୍ଧାର ଶ୍ରମିକ ଙ୍କୁ ତାଙ୍କ ଘର କୁ ପଠାଯାଇଥିଲା।ଏହି ଚଢାଉ ରେ ଏ ଏସ ଆଇ କିରଣ କୁମାର ଜାନୀ ଙ୍କ ସହ ପୁଲିସ ଟିମ୍ ସାମିଲ ଥିଲେ।

