ଟିଟିଲାଗଡ,୧୨/୧୨(ଜେଏନଏସ),ଇମିସ,ଟିଟିଲାଗଡ ସାମ୍ବାଦିକ ସଂଘ ଓ ରାଜସ୍ଥାନୀ ହେଲ୍ଥ ଫାଉଣ୍ଡେସନ ର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ପୌର କଲ୍ୟାଣ ମଣ୍ଡପ ପରିସରରେ ହୃଦଘାତ ସମ୍ବନ୍ଧୀୟ ପ୍ରାଥମିକ ଜୀବନ ସହାୟତା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମରେ ପୌର ପରିଷଦ ନିର୍ବାହୀ ଅଧିକାରୀ ଚନ୍ଦନ ଶତପଥୀ ମୁଖ୍ୟଅତିଥି, ରାଜସ୍ଥାନୀ ଫାଉଣ୍ଡେସନ ଅଧ୍ୟକ୍ଷ ଜଗଦୀଶ ପ୍ରସାଦ ଶର୍ମା,ବିଶିଷ୍ଟ ବିଜେପି ନେତା ପ୍ରମୋଦ ପ୍ରଧାନ,ସମାଜସେବୀ ବିନୋଦ ମରୋଡ଼ିଆ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଶିବିର ଉଦଘାଟନ କରିଥିଲେ।ସାମ୍ବାଦିକ ସଂଘ ସଭାପତି ଦୀପକ ସମାଜଦାର ସଭା ପରିଚାଳନା କରିଥିଲେ। ଆପୋଲୋ ହସ୍ପିଟାଲ ରୁ ପ୍ରଶିକ୍ଷକ ଭି ଭି ନାଇଡୁ ଙ୍କ ସହ ଏକ ବିଶେଷଜ୍ଞ ଦଳ ଏହି ଶିବିରରେ ହୃଦଘାତ ହେଲେ ହୃଦ୍ ରୋଗୀ ଙ୍କୁ କିପରି ଆବଶ୍ୟକ ପ୍ରାଥମିକ ସହାୟତା ଯୋଗାଇ ଦିଆଯାଇ ପାରିବ ସେ ସମ୍ଵନ୍ଧରେ ପ୍ରୋଜେକ୍ଟର ମାଧ୍ୟମରେ ପ୍ରଦର୍ଶନ କରି ଦେଖାଇଥିଲେ।ଏଥିସହ ଏହିଭଳି ଘଡିସନ୍ଧି ମୁହୂର୍ତ୍ତରେ ଆବଶ୍ୟକ ଥିବା ବିଭିନ୍ନ ପ୍ରାଥମିକ ଉପଚାର ସମ୍ଵନ୍ଧରେ ପ୍ରଶିକ୍ଷିତ କରିଥିଲେ।ଆୟୋଜିତ ଶିବିରରେ ସହରର ବିଭିନ୍ନ ସ୍କୁଲ ର ଶିକ୍ଷକ ଶିକ୍ଷୟିତ୍ରୀ,ସ୍ୱାସ୍ଥ୍ୟ କର୍ମୀ,ବିଭିନ୍ନ ସାମାଜିକ ସଂଗଠନ ର ପ୍ରତିନିଧି ପ୍ରମୁଖ ଅଂଶଗ୍ରହଣ କରିଥିଲେ।ଏହି ଅବସରରେ ପ୍ରଶିକ୍ଷିତ ସଦସ୍ୟ ଙ୍କୁ ଅତିଥି ଙ୍କ ଦ୍ଵାରା ପ୍ରଶିକ୍ଷଣ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା।ସମାଜସେବୀ ହରିଶ ରାୟଠାତା, ସାଂସଦ ପ୍ରତିନିଧି ରମେଶ ଅଗ୍ରୱାଲ,ସାମ୍ବାଦିକ ଜଗଦୀଶ ଜୈନ,ତୀର୍ଥଙ୍କର ପଟେଲ,ସନତ ପାଢ଼ୀ,ମନୋଜ ଶତପଥୀ,ସନ୍ତୋଷ ପଟ୍ଟନାୟକ,ଭବାନୀ ଷଡ଼ଙ୍ଗୀ ପ୍ରମୁଖ ଶିବିର ପରିଚାଳନା ରେ ସହାୟତା କରିଥିଲେ।କାର୍ଯ୍ୟକ୍ରମ ଶେଷରେ ସାମ୍ବାଦିକ ସୁଧିର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

