ଟିଟିଲାଗଡ,୩/୨(ଜେଏନ୍ଏସ),ଟିଟିଲାଗଡ ସ୍ଵୟଂଶାସିତ ଡିଏଭି ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷ ଭାବରେ ପ୍ରାଧ୍ୟାପକ ଅଶ୍ଵିନୀ କୁମାର ପ୍ରଧାନ ଯୋଗଦେଇଛନ୍ତି।ପ୍ରାଣୀବିଜ୍ଞାନ ପ୍ରାଧ୍ୟାପକ ଶ୍ରୀଯୁକ୍ତ ପ୍ରଧାନ ପୂର୍ବରୁ ଅତାବିରା ମହାବିଦ୍ୟାଳୟରେ ଅଧ୍ୟକ୍ଷ ଭାବରେ କାର୍ଯ୍ୟରତ ଥିଲେ।ଅଧ୍ୟକ୍ଷ ଦାୟିତ୍ଵ ଗ୍ରହଣ ଅବସରରେ ପୂର୍ବତନ ଅଧ୍ୟକ୍ଷ ନନ୍ଦ କୁମାର ହୋତା,ଅଧ୍ୟାପକ ଅରୁଣ ପ୍ରଧାନ,ସଞ୍ଜୟ ପଟ୍ଟନାୟକ,ଡ଼.ରମାକାନ୍ତ ବେହେରା,ବିପିନ ରାଉତ ପ୍ରମୁଖ ଙ୍କ ସହ ସମସ୍ତ କର୍ମଚାରୀ ତାଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।ପ୍ରକାଶ ଯୋଗ୍ୟ ଯେ ପରିଚାଳନାଗତ ଅବ୍ୟବସ୍ଥା କୁ ନେଇ କିଛି ଦିନ ଧରି ଟିଟିଲାଗଡ ଡିଏଭି ମହାବିଦ୍ୟାଳୟ ବିଭିନ୍ନ ଚର୍ଚ୍ଚାର ପରିସରରେ ରହି ଆସିଥିବା ବେଳେ ନୂତନ ଅଧ୍ୟକ୍ଷ ଙ୍କ ଯୋଗଦାନ ଏହି ମହାବିଦ୍ୟାଳୟ ର ଗରିମା ବଜାୟ ରଖିବାରେ ସହାୟକ ହେବା ନେଇ ଶିକ୍ଷାବିତ ମହଲରେ ଆଶା ଉଜ୍ଜୀବିତ ହୋଇଛି।

