ବରିଷ୍ଠ ସାମ୍ବାଦିକ ଙ୍କ ବିୟୋଗ ରେ ଶୋକସଭା

0
4

ଟିଟିଲାଗଡ଼,୨୪/୧(ଜେଏନ୍ଏସ),ବଲାଙ୍ଗୀର ଜିଲ୍ଲା ର ବରିଷ୍ଠ ସାମ୍ବାଦିକ ତଥା ଜିଲ୍ଲା ସାମ୍ବାଦିକ ସଂଘ ର ପ୍ରତିଷ୍ଠାତା ସଦସ୍ୟ ସ୍ବର୍ଗତ ରାମ କୁମାର ଅଗ୍ରୱାଲ ଙ୍କ ଶୋକସଭା ସ୍ଥାନୀୟ ହୋଟେଲ୍ ୟାସ ପରିସରରେ ଅନୁଷ୍ଠିତ ହୋଇଯାଇଛି।ସାମ୍ବାଦିକ ଦୀପକ ସମ୍ମାଦାର ଙ୍କ ସଭାପତିତ୍ୱ ରେ ଆୟୋଜିତ ଶୋକସଭା ରେ ବଲାଙ୍ଗୀର ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଶିବ ପ୍ରସାଦ ପରିଡା,ବରିଷ୍ଠ ସାମ୍ବାଦିକ ମାନସ ରଞ୍ଜନ ମହାନ୍ତି, ଗୁଜୁରାଟୀ ସମାଜ ସଭାପତି ହରିଶ ରାୟଠାତା ପ୍ରମୁଖ ମଞ୍ଚାସିନ ଥିଲେ।ସ୍ବର୍ଗତ ଅଗ୍ରୱାଲ ଜଣେ ନିର୍ଭୀକ ଓ ସାଲିସ ବିହୀନ ସରକାରୀ ସିକୃତୀ ପ୍ରାପ୍ତ ସାମ୍ବାଦିକ ଥିଲେ।ତାଙ୍କ ବିୟୋଗ ସାମ୍ବାଦିକତା କ୍ଷେତ୍ରରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଥିବା ନେଇ ମଞ୍ଚାସ୍ଥିତ ସାମ୍ବାଦିକ ମାନେ ଉଲ୍ଲେଖ କରିଥିଲେ।କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସାମ୍ବାଦିକ ସତ୍ୟବ୍ରତ ପଣ୍ଡା, ସଞ୍ଜୟ ବେହେରା, ତୀର୍ଥଙ୍କର ପଟେଲ, ମନୋଜ କୁମାର ଶତପଥି, , ସୁଧୀର ଦାସ,ଭବାନୀ ପ୍ରସାଦ ଷଡ଼ଙ୍ଗୀ,ଜିତୁ ସାହୁ,ରାଜ୍ୟସଭା ସାଂସଦ ଙ୍କ ପ୍ରତିନିଧି ରମେଶ ଅଗ୍ରୱାଲ ପ୍ରମୁଖ ଯୋଗଦେଇ ସ୍ବର୍ଗତ ଅଗ୍ରୱାଲ ଙ୍କ ଶ୍ରୁତିଚାରଣ କରିଥିଲେ।

LEAVE A REPLY

Please enter your comment!
Please enter your name here