ଟିଟିଲାଗଡ଼,୨୫/୧୨(ଜେଏନଏସ),ଟିଟିଲାଗଡ ବ୍ରାହ୍ମଣ ସମାଜ ଆନୁକୁଲ୍ୟରେ ସ୍ଥାନୀୟ ପର୍ଶୁରାମ ଭବନ ପରିସରରେ ସମାଜର ଯୁବ ବର୍ଗ ଙ୍କୁ ନେଇ ଟିଟିଲାଗଡ ବ୍ରାହ୍ମଣ ଯୁବ ଏକତା ମଞ୍ଚ ଗଠିତ ହୋଇ ଯାଇଛି। ବ୍ରାହ୍ମଣ ପରିବାରର ଏକତା ଜାରି ରଖିବା ତଥା ଯୁବ ପିଢ଼ିକୁ ସମାଜ ହିତରେ ସମର୍ପିତ ମନୋଭାବ ନେଇ ଆଗେଇ ନେବା ଉଦ୍ଦେଶ୍ୟ ନେଇ ଏହି ମଞ୍ଚ ଗଠିତ କରାଯାଇଥିବା ବ୍ରାହ୍ମଣ ସଂଘ ସମ୍ପାଦକ ସତ୍ୟବ୍ରତ ପଣ୍ଡା ଉଲ୍ଲେଖ କରିଥିଲେ।ବୈଠକରେ ଅଭିନାସ ପାଣିଗ୍ରାହୀ, ଆଶୀର୍ବାଦ ମହାପାତ୍ର, ମାନସ ରଞ୍ଜନ ପଣ୍ଡା, ଆଶୁତୋଷ ମିଶ୍ର, ଶୁଭମ୍ ରଥ, ଭୂପତି ପ୍ରସାଦ ମିଶ୍ର, ଅଞ୍ଜନି ପ୍ରସାଦ ଦାସ, ସ୍ବାଗତ ରଞ୍ଜନ ଗୁରୁ, ଅଭିଳାଷ ତ୍ରିପାଠୀ, କୁନାଲ ଦାସ, ଦେବାଶିଷ ନାୟକ, ଆଶୁତୋଷ ଦାସ,ଭରତ ମିଶ୍ର, ଚନ୍ଦନ ପଣ୍ଡା, ରିତେଶ ଷଡ଼ଙ୍ଗୀ, ସ୍ବାଗତ ଟାଲି, ଶିତମ୍ ଶାଗର ବେଦବାକ, ସଞ୍ଜୟ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

