ଭୁବନେଶ୍ଵର,୧୯/୮/୨୦୨୫ (ଜେ.ଏନ୍.ଏସ୍.), ଆଜି ଜି.ଏସ୍.ଆର. ମ୍ୟୁଜିକ୍ ଓ ଅନୁସ୍ଵାର ସାହିତ୍ୟ ପରିବାର ଦ୍ୱାରା ପ୍ରଯୋଜିତ ଡକ୍ଟର ପ୍ରତିମରଣୀ ମିଶ୍ର ଷଡଙ୍ଗୀଙ୍କ ୭୩ ତମ ଜନ୍ମଦିବସ ପାଳନ ଅବସରରେ ତାଙ୍କ ସ୍ୱ-ରଚିତ ୧୪୨ ତମ ପୁସ୍ତକ “ପ୍ରୀତିମାଗ୍ନା” ଓ “ଅନୁସ୍ୱାର” ମାସିକ ଡିଜିଟାଲ ପତ୍ରିକାର ୱେବ ସାଇଟ(www.anuswaar.com) ଲୋକର୍ପଣ ଉତ୍ସବ ୟୁନିଟ -୯ ସ୍ଥିତ ବୁଦ୍ଧମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ ସଭାର ପ୍ରଥମ ଅଧିବେଶନରେ ଆଧ୍ୟାତ୍ମିକ କବିତା ପାଠ, ସଙ୍ଗୀତ ଓ ନୃତ୍ୟ ପରିବେଷଣ ହୋଇଥିଲା ।ଏହି ଅଧିବେଶନକୁ ସଭାପତିତ୍ଵ କରିଥିଲେ ଓଡ଼ିଶା ଲେଖିକା ସଂସଦର ସମ୍ପାଦିକା ଡକ୍ଟର ସୁଚେତା ରାଉତ ଏବଂ ସଂଯୋଜନା କରିଥିଲେ “ସ୍ମୃତି ଶାନ୍ତ୍ଵନା” ର ସମ୍ପାଦିକା ଶ୍ରୀମତୀ ସବିତରଣୀ ବେହେରା, “ନୀଳଚକ୍ର ବାନା’ ପୁରୀର ସମ୍ପାଦିକା ପୌର୍ଣ୍ଣମାସୀ ଦେବୀ, “ଟିକିତାରା” ପୁରୀର ସମ୍ପାଦକ ଶ୍ରୀଯୁକ୍ତ ବିପିନ ଦଳେଇ, “ଅନୁଭୁତିରେ ଈଶ୍ୱର” ପୁରୀର ସମ୍ପାଦିକା ଶ୍ରୀମତୀ ପ୍ରବସିନୀ ମିଶ୍ର ।
ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଦ୍ୱିତୀୟ ଅଧିବେଶନରେ ଉଦଘାଟକ ଭାବରେ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ଯୋଗ ଦେଇ “ପ୍ରୀତିମାଗ୍ନା” ଓ “ଅନୁସ୍ୱାର” ମାସିକ ଡିଜିଟାଲ ପତ୍ରିକାର ୱେବ ସାଇଟକୁ ଉଦ୍ଘାଟନ କରିଥିଲେ । ମୁଖ୍ୟ ଅତିଥି ତଥା ଓଡ଼ିଶାର ପ୍ରଖ୍ୟାତ ସାହିତ୍ୟିକ ଶ୍ରୀଯୁକ୍ତ ଦାଶ ବେନହୁର ପ୍ରତୀମାରାଣୀଙ୍କ ବାଲ୍ୟ ଶିକ୍ଷା ଠାରୁ ଏ ଅବଧିର ଯାତ୍ରା , ସଂସାର ସମ୍ଭାଳିବା ସହିତ ସାହିତ୍ୟ ସାଧନା ଉପରେ ସବିଶେଷ ତଥ୍ୟ ରଖିଥିଲେ । ସମ୍ମାନିତ ଅତିଥି ତଥା ଓଡ଼ିଶାର ପ୍ରଖ୍ୟାତ ଗୀତିକବି ଶ୍ରୀଯୁକ୍ତ ବସନ୍ତ କୁମାର ଦାଶ କବୀ ପ୍ରତିମାରାଣୀ ମିଶ୍ର ଷଡ଼ଙ୍ଗୀଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହିତ ତାଙ୍କ ପୁସ୍ତକ “ପ୍ରୀତିମଗ୍ନା”ରେ ଗୀତିକବିତାର ଗୁଣବତ୍ତା ସ୍ପଷ୍ଟ ପ୍ରତୀତ ବୋଲି ଗୀତିକବିତାର ବ୍ୟାକରଣରୁ ଉଦାହରଣ ଦେଇ ବକ୍ତବ୍ୟ ରଖିଥିଲେ । ମୁଖ୍ୟବକ୍ତା ତଥା ଭାଷାବିତ୍ ଡକ୍ଟର ଦେବାଶିଷ ମହାପାତ୍ର ପ୍ରତିମାରାଣୀଙ୍କ ଗୀତିକବିତାର ମାର୍ମିକ ଭାବ ଚେତନା ବିଷୟରେ ଆଲୋଚନା କରିବା ସହ “ଅନୁସ୍ୱାର” ଡିଜିଟାଲ ପତ୍ରିକାର ଓଡିଆ ସାହିତ୍ୟ ପ୍ରତି ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ ।
ଲେଖାକୀୟ ଅଭିବ୍ୟକ୍ତିରେ କବୀ ପ୍ରତିମାରାଣୀ ମିଶ୍ର ଷଡ଼ଙ୍ଗୀ ଗୀତୀକବିତା ଭିତରେ ଗୀତିକବିତା ଭିତରେ ନିଜସ୍ଵ ଅନୁଭବର କଥା କହିଥିଲେ । ପ୍ରକାଶକୀୟ ଅଭିଭାଷଣରେ ପୁସ୍ତକ ଓ ପତ୍ରିକାର ପ୍ରକାଶକ ତଥା ନ୍ୟୁଟ୍ରା କ୍ରିଏସନ୍ସର ମ୍ୟାନେଜିଙ୍ଗ ଡାଇରେକ୍ଟର ଶ୍ରୀଯୁକ୍ତ ସରୋଜ ଶତପଥୀ ନିଜ ପ୍ରକାଶନୀ ସଂସ୍ଥା ଜରିଆରେ ଓଡିଆ ଲେଖକ/ଲେଖିକାମାନଙ୍କୁ ବିଶ୍ୱସ୍ତରରେ ଗୋଟିଏସମ୍ପ୍ରଦାୟ (community)ରେ ଯୋଡିବା “ଅନୁସ୍ଵାର” ୱେବ ସାଇଟର ମୂଳଲକ୍ଷ୍ୟ ବୋଲି କହିଥିଲେ । ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟ ନିଜର ସଭାପତିତ୍ଵ ଅଭିଭାଷଣରେ ପ୍ରତିମା ରାଣୀଙ୍କ 142 ତମ ପୁସ୍ତକରେ ଖୁବ୍ ଶୀଘ୍ର ଆଉ ଚାରୋଟି ପୁସ୍ତକ ରଚନା କରି ତାଙ୍କର ବୟସର ଦୁଇଗୁଣ ବହି ରଚନା କରିଥିବାର ସଫଳତା ବା ଶ୍ରେୟ ନିଅନ୍ତୁ କହିବା ସହ ତାଙ୍କ ଜୀବନର ଅନେକ ଦିଗ ବିଷୟରେ ବିଶଦ ବକ୍ତବ୍ୟ ରଖିଥିଲେ ।









