ସୋନପୁର,୦୨/୦୨(ଜେଏନଏସ), ସନ୍ଥ କବି ଭୀମଭୋଇ ଙ୍କ ସାଧନା, ସିଦ୍ଧି ଓ ସମାଧି ପୀଠ ରେ ଆୟୋଜିତ ମାଘମେଳା ରେ ସାରସ୍ୱତ ସମାରୋହ ଅନୁଷ୍ଠିତ ହୋଇଯାଇଛି।ଉପଜିଲ୍ଲାପାଳ ଡ ସୌମ୍ୟରୂପା ରଥ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ.ନୃପରାଜ ସାହୁ ମୁଖ୍ୟଅତିଥି,ଆଦିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଡ.ଜ୍ୟୋତି ରଞ୍ଜନ ବହିଦାର, ଆଇଆଇଏମ ସମ୍ବଲପୁର ର ପ୍ରଫେସର ଡ.ସୁଜିତ କୁମାର ପୃଷେଟ ଓ ଡ.ଛତ୍ରଧାରୀ ଅଗ୍ରୱାଲ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସନ୍ଥକବି ଙ୍କ କାଳଜୟୀ କାବ୍ୟ କବିତା ଏବଂ ତାଙ୍କ ସମର୍ପଣ ମନୋଭାବ ଉପରେ ଆଲୋଚନା କରିଥିଲେ।ଭୀମଭୋଇ ସମାଧିପୀଠ ମେନେଜୀଙ୍ଗ ଟ୍ରଷ୍ଟି ଛତ୍ରଧାରୀ ଅଗ୍ରୱାଲ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ।ସନ୍ଥକବି ଙ୍କ ଯୋଗୁଁ ଖଲିଆପାଲି ମହିମାନ୍ଵିତ ହୋଇଥିବା ଅତିଥିବୃନ୍ଦ ଉଲ୍ଲେଖ କରିଥିଲେ।ଏହି ଅବସରରେ କୈଳାସଚନ୍ଦ୍ର ପୁରୋହିତ ଙ୍କୁ ଭୀମଭୋଇ ସ୍ମୁତି ସମ୍ମାନ,ବାବା ଖଗେଶ୍ବର ସାହୁ ଙ୍କୁ ଭୀମଭୋଇ ମହିମା ସମ୍ମାନ, ପ୍ରଫେସର କାଳିଦାସ ମିଶ୍ର ଙ୍କୁ ଭୀମଭୋଇ ସାହିତ୍ୟ ସମ୍ମାନ, କରମ ଚାନ୍ଦ ମହାନ୍ତି ଙ୍କୁ ଭୀମଭୋଇ କଳା ସମ୍ମାନ, ଡ ସଞ୍ଜୟ ନାଏକ ଙ୍କୁ ଭୀମଭୋଇ ଯୁବ ପ୍ରତିଭା ସମ୍ମାନ ଓ ସୁଶ୍ରୀ ସୁମନ୍ତିନି ରାଜହଂସ ଙ୍କୁ ଭୀମଭୋଇ କ୍ରୀଡା ସମ୍ମାନ ରେ ସମ୍ମାନିତ କରାଯାଇଥିଲା।ସେହିପରି ଭୀମଭୋଇ ଆଶ୍ରମ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର କୃତ୍ତି ପ୍ରତିଯୋଗୀ ଙ୍କୁ ଅତିଥି ବୃନ୍ଦ ସମ୍ବର୍ଦ୍ଧିତ କରିଥିଲେ।

