ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଙ୍କ ଦେହାନ୍ତ

0
5

ଭୁବନେଶ୍ୱର,୨୮/୧(ଜେଏନ୍ଏସ),ବିମାନ ଦୁର୍ଘଟଣା ରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଙ୍କ ଦେହାନ୍ତ ଘଟିଛି।ଏକ ଦଳୀୟ କାର୍ଯ୍ୟକ୍ରମ ରେ ଯୋଗ ଦେବାକୁ ମୁମ୍ବାଇ ରୁ ସକାଳ ୮ ଘଣ୍ଟା ୧୦ ମିନିଟ ରେ ଚାଟର ପ୍ଲେନ୍ ଯୋଗେ ବାରାମତି ଅଭିମୁଖେ ଯାଉଥିବା ବେଳେ ୯ ଘଣ୍ଟା ୧୨ ମିନିଟ ରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।ଉପମୁଖ୍ୟ ମନ୍ତ୍ରୀ ପାୱାର ଙ୍କ ସମେତ ବିମାନ ରେ ଥିବା ଅନ୍ୟ ୫ ଜଣ ଙ୍କ ମଧ୍ୟ ମୃତ୍ୟୁ ଘଟିଛି।ଦୁର୍ଘଟଣା ସ୍ଥଳ ରୁ ବିମାନ ର ବ୍ଲାକ ବକ୍ସ ଉଦ୍ଧାର କରାଯାଇ ଦୁର୍ଘଟଣା ର କାରଣ ସମ୍ବନ୍ଧରେ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି।ଘଟଣା କୁ ନେଇ ସାରା ଦେଶ ସ୍ତବ୍ଧ ହୋଇଯାଇଥିବା ବେଳେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ,ରାଷ୍ଟ୍ରପତି ଦ୍ରୋପଦି ମୁର୍ମୁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here