ବଲାଙ୍ଗିର,୧୯/୧(ଜେଏନଏସ),ସ୍ଥାନୀୟ କୋଶଳ କଳାମଣ୍ଡପ ପଡିଆରେ ୨୩ତମ ବଲାଙ୍ଗିର ଲୋକ ମହୋତ୍ସବ ଉଦଘାଟିତ ହୋଇଯାଇଛି।ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାରଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ପ୍ରଥମେ ମଞ୍ଚ ପୂଜା ସହ ଏକ ସାଂସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା।ଉଦଘାଟନୀ ଉତ୍ସବରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ମୁଖ୍ୟଅତିଥି,ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି,ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମି ରଞ୍ଜନ ମିଶ୍ର, ସାଂସ୍କୃତିକ କମିଟି ଉପାଧ୍ୟକ୍ଷ ଗୋପାଳ ପ୍ରଧାନ, ଉପାଧ୍ୟକ୍ଷା ସଙ୍ଗୀତା ଦାସ,ସ୍ମରଣିକା କମିଟି ଉପାଧ୍ୟକ୍ଷ ମହେନ୍ଦ୍ର ଦର୍ଜି, ସନ୍ଦୀପ କୁଅଁର,କଳାକାର ଈଶ୍ୱର ଚନ୍ଦ୍ର ଖମାରୀ,ଗୋଲାପ ଜେନା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ।ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ମିଶ୍ର ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେକେ ସନ୍ଦୀପ କୁଆଁର ମଞ୍ଚ ପରିଚାଳନା କରିଥିଲେ।ମୁଖ୍ୟଅତିଥି ସାଂସଦ ଶ୍ରୀ ବିଶି ବଲାଙ୍ଗିର ବୀରଙ୍କ ମାଟି,ଏଠାକାର କଳା,ସଂସ୍କୃତି ଓ ଐତିହ୍ୟ କୁ ଲୋକ ଉତ୍ସବ ସ୍ଵତନ୍ତ୍ର ପରିଚୟ ଦେଇଛି ବୋଲି ଉଲ୍ଲେଖ କରିଥିଲେ।ଏହି ଅବସରରେ ଲୋକଉତ୍ସବ ସ୍ମରଣିକା ଓ କୋଶଳ କଳାମଣ୍ଡଳର ମୁଖପତ୍ର ଚତୁରଙ୍ଗ ଅତିଥି ଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା।ସେହିପରି ମଞ୍ଚରେ ବରିଷ୍ଠ କଳାକାର ଗୋଲାପ ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ସଭା ଶେଷରେ ଗୋପାଳ ପଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ। ଗୁଜୁରାଟର ସିଦ୍ଧି ଧମାଲ,ଆସାମ ର ବିହୁ ନୃତ୍ୟ,ପଞ୍ଜାବ ର ଭାଙ୍ଗଡା,ବଲାଙ୍ଗିରର କଳାଧାମ,ଗଞ୍ଜାମ ର ଯୋଡ଼ିଶଙ୍ଖ, ଖୁସି ଡ୍ୟାନ୍ସ ଏକାଡେମୀ, ସାଇ ସ୍ଵର୍ଣ୍ଣ କଳା ପରିଷଦ, କୁରେଫୁଲ କଳା ପରିଷଦ, କ୍ଲାସିକ ଡାନ୍ସ ଏକାଡେମୀ-ଟିଟଲାଗଡ଼, ଚିନି ଚମ୍ପା କଳାପରିଷଦ ପାଟଣାଗଡ଼ ଆଦି ସାଂସ୍କୃତିକ ଦଳ ଦ୍ବାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ବଲାଙ୍ଗୀର ବାସୀ ଙ୍କୁ ବିଭୋର କରିଥିଲା।

