ମାତୃ ଓ ଶିଶୁ ଡାକ୍ତରଖାନା ରେ ସୁଷମ ଖାଦ୍ୟ ପାଇବାରୁ ରୋଗୀ ବଞ୍ଚିତ, ଅବ୍ୟବସ୍ଥା ଦେଖି ତାତିଲେ ବିଧାୟକ

0
8

ଟିଟିଲାଗଡ,୧୬/୧(ଜେଏନଏସ),ଟିଟିଲାଗଡ ମାତୃ ଓ ଶିଶୁ ଡ଼ାକ୍ତରଖାନାରେ ଚିକିତ୍ସାଧୀନ ରୋଗୀ ଙ୍କୁ ସୁଷମ ଖାଦ୍ୟ ପ୍ରଦାନ ରୁ ବଞ୍ଚିତ କରାଯାଉ ଥିବା ଦେଖିବାକୁ ମିଳିଛି।ଏଥିସହ ନବ ନିର୍ମିତ ଏହି ଡାକ୍ତରଖାନାରେ ବ୍ୟାପକ ଅବ୍ୟବସ୍ଥା ଘେରରେ ରୋଗୀ ତଥା ନବଜାତ ଶିଶୁ ଚିକିତ୍ସିତ ହେଉଥିବା ବେଳେ ଡାକ୍ତରଖାନା କର୍ତ୍ତୃପକ୍ଷ ନିଦା ବିଷ୍ଣୁ ପାଲଟିଥିବା ଦେଖାଯାଇଛି।ଡାକ୍ତରଖାନା ର ଅବ୍ୟବସ୍ଥା କୁ ନେଇ ଶୁକ୍ରବାର ସକାଳୁ ଖୋଦ୍ ଚିକିତ୍ସାଧୀନ ଜଣେ ରୋଗୀ ବିଧାୟକ ନବୀନ ଜୈନ ଙ୍କୁ ଫୋନ୍ ଯୋଗେ ଅବଗତ କରିଥିଲେ। ବିଧାୟକ ପ୍ରାତଃ ଭ୍ରମଣ କରୁଥିବା ସମୟରେ ଏପରି ଅଭିଯୋଗ ପାଇ ସଙ୍ଗେ ସଙ୍ଗେ ଡାକ୍ତରଖାନା କୁ ଆସି ନିଜ ଆଖିରେ ଅବ୍ୟବସ୍ଥା ଦେଖି ତାଜୁବ ହୋଇଥିଲେ।ଏହି ଅତ୍ୟାଧୁନିକ କୋଠାରେ ପରିମଳ ବ୍ୟବସ୍ଥା ଭୁଷୁଡି ପଡ଼ିଥିବା ବେଳେ ନିୟମିତ  ଜଳ ଯୋଗାଣ ବ୍ୟବସ୍ଥା ମଧ୍ୟ ଫେଲ ମାରିଛି।ଏପରିକି ଚିକିତ୍ସାଧୀନ ରୋଗୀ ଙ୍କୁ ସୁଷମ ଖାଦ୍ୟ ଦେବା ବଦଳରେ ଦିନ ଦିନ ଧରି ଭୋକରେ ମଧ୍ୟ ରଖାଯାଉଥିବା ରୋଗୀ ନିଜେ ଅଭିଯୋଗ କରିଛନ୍ତି।ପ୍ରଚଳିତ ସରକାରୀ ବ୍ୟବସ୍ଥା ଅନୁଯାୟୀ ଚିକିତ୍ସାଧୀନ ରୋଗୀ ପିଛା ଦୈନିକ ୧୨୦ ଟଙ୍କା ମୂଲ୍ୟର ସୁଷମ ଖାଦ୍ୟ ଯୋଗାଇଦେବା ପାଇଁ ବ୍ୟବସ୍ଥା ରହିଛି।ତେବେ ଉଭୟ ଏସଡିଏଚ ଓ ଏମସିଏଚ ରେ ରୋଗୀ ଙ୍କୁ ନିର୍ଦ୍ଧାରିତ ମୂଲ୍ୟ ର ସୁଷମ ଖାଦ୍ୟ ପ୍ରଦାନ ଠାରୁ ବଞ୍ଚିତ କରାଯାଉଛି।ରୋଗୀ ଙ୍କୁ ପ୍ରଦାନ କରାଯାଉଥିବା ଖାଦ୍ୟ ସ୍ଥାନୀୟ ଆହାର କେନ୍ଦ୍ର ରୁ ନିଆଯାଉଥିବା ବେଳେ ଏହି ଖାଦ୍ୟ ପ୍ରଦାନ ଦାୟିତ୍ଵ ସ୍ଥାନୀୟ ଏକ ସ୍ଵୟଂ ସହାୟିକା ଗୋଷ୍ଠୀ କୁ ଦାୟିତ୍ଵ ଦିଆଯାଇଛି।ଡାକ୍ତରଖାନା କର୍ତ୍ତୃପକ୍ଷ ଓ ଖାଦ୍ୟ ଯୋଗାଣକାରୀ ସଂସ୍ଥା ମଧ୍ୟରେ ମଧୁ ଚନ୍ଦ୍ରିକା ଯୋଗୁଁ କେବଳ କାଗଜ କଲମ ରେ ସ୍ଵୟଂ ସହାୟିକା ଗୋଷ୍ଠୀ ଙ୍କ ନାମ ରଖାଯାଇଛି।ବାସ୍ତବରେ ଏହା ସ୍ଥାନୀୟ ଏକ ପ୍ରଭାବଶାଳୀ ବ୍ୟକ୍ତି ଙ୍କ ମାଲିକାନାରେ ଚାଲିଛି।ବିଭିନ୍ନ ଅବ୍ୟବସ୍ଥା ଦେଖି ବିଧାୟକ ଶ୍ରୀ ଜୈନ ସମସ୍ତ ଅଧିକାରୀ ଙ୍କୁ ତାଗିଦ କରିବା ସିଡିଏମଓ ପୁଷ୍ପାଞ୍ଜଳି ମିଶ୍ର ଙ୍କୁ ଅବଗତ କରିଥିଲେ।ବିଧାୟକ ଙ୍କ ତାଗିଦ ପରେ ସିଡ଼ିଏମ୍ଓ ଟିଟିଲାଗଡ ଗସ୍ତ ରେ ଆସି ସ୍ଥିତି ପରଖିଥିଲେ।ସେହିପରି ଅପରାହ୍ନରେ ବିଧାୟକ ଶ୍ରୀ ଜୈନ,ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ ଓ ଡାକ୍ତରଖାନା କତ୍ତୃପକ୍ଷ ଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ସାତଦିନ ମଧ୍ୟରେ ସମସ୍ତ ଅବ୍ୟବସ୍ଥା ସୁଧାରିବାକୁ ଏବଂ ଡାକ୍ତରଖାନା ପରିସରରେ ରୋଗୀ ଙ୍କୁ ପ୍ରତିଦିନ ଦିଆଯାଉଥିବା ଖାଦ୍ୟ ସାରଣୀ ର ବୋର୍ଡ ଲଗାଇବାକୁ ବିଧାୟକ ଶ୍ରୀ ଜୈନ ନିର୍ଦ୍ଦେଶ ଦେଇଥିଲେ। ସମସ୍ତ ଅବ୍ୟବସ୍ଥା ଖୁବ୍ ଶୀଘ୍ର ଦୂର କରାଯିବା ନେଇ ସିଡିଏମଓ ପୁଷ୍ପାଞ୍ଜଳି ମିଶ୍ର ଗଣମାଧ୍ୟମ କୁ ଜଣାଇଥିଲେ

LEAVE A REPLY

Please enter your comment!
Please enter your name here