ଟିଟିଲାଗଡ,୧୩/୧(ଜେଏନଏସ), ରାଜ୍ୟ ସରକାର ଙ୍କ ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ ଟିଟିଲାଗଡ ବ୍ଲକ ଗସ୍ତ ରେ ଆସି ବିଭିନ୍ନ ପଞ୍ଚାୟତ କୁ ଯାଇ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି।ଟିଟିଲାଗଡ଼ ବ୍ଲକ ସିହିନି ପଞ୍ଚାୟତ କୁ ଯାଇ ସ୍ଥାନୀୟ ସରପଞ୍ଚ ଶ୍ରୀ ବୀରବର ସାହୁଙ୍କ ସହ ଭିବି ଜି ରାମ ଜି ଯୋଜନା ଅଧୀନରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ ର ପରିଦର୍ଶନ କରିଥିଲେ।ପାହାଡ ଉପରୁ ବହିଯାଉଥିବା ବର୍ଷା ଜଳ ଅପଚୟ ନ କରି ପାହାଡ ତଳେ ମାଟି ବନ୍ଧ ଦ୍ଵାରା ସଂରକ୍ଷଣ କରାଯାଇ ଜଳ ସେଚନ କରାଯାଉଥିବା ଦେଖି ମନ୍ତ୍ରୀ ଶ୍ରୀ ନାୟକ ସରପଞ୍ଚ ଶ୍ରୀ ସାହୁ ଙ୍କ ଅଭିନବ ପ୍ରୟାସ କୁ ପ୍ରଶଂସା କରିଥିଲେ।ଏଥିସହ ଶ୍ରମିକ ଙ୍କ ସହ ବିଭିନ୍ନ ସୁବିଧା ଅସୁବିଧା ସମ୍ଵନ୍ଧରେ ଆଲୋଚନା କରିଥିଲେ। ଗ୍ରାମାଞ୍ଚଳରେ ଲୋକଙ୍କୁ ପର୍ଯ୍ୟାପ୍ତ କାମ ଯୋଗାଇବା ସହ ‘ଦାଦନ ମୁକ୍ତ ପଞ୍ଚାୟତ’ ଗଠନ କରିବା ସରକାର ଙ୍କ ପ୍ରାଥମିକତା ଥିବା ଶ୍ରୀ ନାୟକ ଉଲ୍ଲେଖ କରିଥିଲେ।।ସେହିପରି ବିଧାୟକ ନବୀନ ଜୈନ ଙ୍କ ସହ ବିଭିନ୍ନ ପଞ୍ଚାୟତ କୁ ଯାଇ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ।

