ଟିଟିଲାଗଡ,୧୨/୧(ଜେଏନଏସ),ଟିଟିଲାଗଡ ବ୍ଲକ ଅନ୍ତର୍ଗତ ଶଗଡ଼ଘାଟ ଗ୍ରାମରେ ସ୍ନାକ ଖାଇ ଜଣେ ୮ ବର୍ଷ ର ଶିଶୁ ଗୁରୁତର ହୋଇପଡ଼ିଥିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ଶଗଡ଼ଘାଟ ଗ୍ରାମ ର ଲଵ ହରପାଲ ଙ୍କ ଶିଶୁ ପୁତ୍ର ଅଙ୍କେଶ(୮) ସ୍ଥାନୀୟ ଏକ ଦୋକାନ ରୁ ଫନି କମ୍ପାନୀ ର ଲାଇଟ ହାଉସ ନାମିତ ସ୍ନାକ କିଣି ଘର କୁ ଆଣିଥିଲା।ରୋଷେଇ ଘରେ ମା ରୋଷେଇ କରୁଥିବା ସମୟରେ ଅଙ୍କେଶ ଉକ୍ତ ପ୍ୟାକେଟ ଖୋଲି ଖାଉଥିବା ବେକେ ସେଥିରେ ଥିବା ରେଡିୟମ ଖେଳଣା ଚୁଲି ରେ ପଡିଯିବାରୁ ତାହା ବିସ୍ପୋରଣ ହୋଇ ତାର ଆଖିରେ ବାଜିଥିଲା।ଗୁରୁତର ଅବସ୍ଥାରେ ତାକୁ ପ୍ରଥମେ ସ୍ଥାନୀୟ ଡାକ୍ତରଖାନା କୁ ନିଆଯାଇଥିଲା।ପ୍ରାଥମିକ ଚିକିତ୍ସା ପରେ ତାକୁ ଟିଟିଲାଗଡ ଅଣାଯାଇ ଏକ ଘରୋଇ ଡାକ୍ତର ଙ୍କ ଠାରେ ଚିକିତ୍ସା କରାଯାଇ ଥିଲା।ତେବେ ୭ ଦିନର ଔଷଧ ସେବନ ପରେ ଆବଶ୍ୟକ ହେଲେ ଆଖିରେ ଅସ୍ତ୍ରୋପଚାର କରାଯିବା ନେଇ ଡାକ୍ତର ପରାମର୍ଶ ଦେଇଥିବା ପରିବାର ସଦସ୍ୟ ଜଣାଇଛନ୍ତି।ଅପରପକ୍ଷରେ ଘଟଣା କୁ ନେଇ ପରିବାର ଲୋକେ ଟିଟିଲାଗଡ ପୁଲିସ ର ଦ୍ବାରସ୍ଥ ହୋଇଥିବା ବେଳେ ପୁଲିସ ସେମାନଙ୍କୁ ଖାଉଟି ଅଦାଲତ ର ଆଶ୍ରୟ ନେବାକୁ କହିଥିବା ପରିବାର ଲୋକେ କହିଛନ୍ତି।

