ହେଲୋ କିଡସ୍ ସ୍କୁଲର ବାର୍ଷିକ କ୍ରୀଡା ପ୍ରତିଯୋଗିତା

0
10

ଟିଟିଲାଗଡ,୧୧/୧(ଜେଏନଏସ),ଟିଟିଲାଗଡ଼ ହେଲୋ କିଡସ ପ୍ଲେ ସ୍କୁଲର ବାର୍ଷିକ କ୍ରୀଡା ପ୍ରତିଯୋଗିତା ସ୍ଥାନୀୟ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ପରିସରରେ ଅନୁଷ୍ଠିତ ହୋଇଯାଇଛି।ସ୍କୁଲ ର ପରିଚାଳକ ଫେଜ୍ ମହମ୍ମଦ ଖାଁ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ସନ୍ତୋଷ ମହାନ୍ତି ମୁଖ୍ୟ ଅତିଥି,ପୂର୍ବତନ ଫୁଟବଲ ଖେଳାଳି ଲିଙ୍ଗରାଜ ସାହୁ,ସ୍କୁଲ ର ଟ୍ରଷ୍ଟି ମହମ୍ମଦ ତୋଷିଫ,ସାମ୍ବାଦିକ ସଞ୍ଜୟ ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ପ୍ରତିଯୋଗୀ ଙ୍କୁ ଉତ୍ସାହିତ କରିଥିଲେ।ଏହି ଅବସରରେ ବିଦ୍ୟାଳୟ ର ଅଭିଭାବକ ଓ ଜେସିଆଇ ସିଟି କ୍ଲବ ମଧ୍ୟରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଭିଭାବକ ଟିମ ବିଜୟୀ ହୋଇଥଲା।ବିଦ୍ୟାଳୟ ପକ୍ଷରୁ କୃତ୍ତି ପ୍ରତିଯୋଗୀ ଙ୍କୁ ଅତିଥି ଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା।କାର୍ଯ୍ୟକ୍ରମ ପରିଚାଳନାରେ ସ୍କୁଲ ର ଶିକ୍ଷୟତ୍ରୀ ସମିନା ଖାଁ, ପ୍ରମୋଦିନି ବେହେରା,ରଶ୍ମିତା ମହାପାତ୍ର, ଗୁନଗୁନ୍ ନିଶାଦ ପ୍ରମୁଖ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here