ଟିଟିଲାଗଡ,୫/୧(ଜେଏନଏସ),ରାଜସ୍ଥାନ ରୁ ମଙ୍ଗଳ ବିହାର ରେ ବାହାରିଥିବା ମାତା ରାଣୀ ସତୀ ଙ୍କ ରଥ କୁ ସୋମବାର ଟିଟିଲାଗଡ ରେ ଭବ୍ୟ ସ୍ଵାଗତ ଜ୍ଞାପନ କରାଯାଇଛି। ଗତ ଶନିବାର ରଥ ପଡୋଶୀ ରାଜ୍ୟ ଛତିଶଗଡ ଦେଇ ଓଡ଼ିଶା ପ୍ରବେଶ କରିଥିଲା।ରବିବାର ରଥ ରାଜଖରିଆର ରେ ପହଞ୍ଚି ରାତ୍ରୀଯାପନ କରିଥିବା ବେଳେ ଆଜି ବଙ୍ଗୋମୁଣ୍ଡା ଦେଇ ଟିଟିଲାଗଡ ଶକ୍ତିଧାମ ପୀଠ ରେ ପହଞ୍ଚିଥିଲା। ଏହି ଅବସରରେ ସ୍ଥାନୀୟ ବିଧାୟକ ନବୀନ ଜୈନ,ପୂର୍ବତନ ନଗରପାଳ ଶୁଭ୍ରାଂଶୁ ଦାସ,ରାଜ୍ୟସଭା ସାଂସଦ ଙ୍କ ପ୍ରତିନିଧି ରମେଶ ଅଗ୍ରୱାଲ,ସମ୍ପାଦକ ସନ୍ତୋଷ କେଜ୍ରିୱାଲ,ଡ଼ ଗୌରୀ ଶଙ୍କର କେଜ୍ରିୱାଲ,କ୍ରିଷ୍ଣା କେଜ୍ରିୱାଲ,ଟ୍ରଷ୍ଟ ସଦସ୍ୟ ପ୍ରମୁଖ ଙ୍କ ସହ ଶତାଧିକ ଭକ୍ତ ରଥ କୁ ପାଛୋଟି ନେବା ସହ ମାତା ଙ୍କ ଭବ୍ୟ ଦର୍ଶନ ଲାଭ କରିଥିଲେ।

