ଟିଟିଲାଗଡ,୨/୧(ଜେଏନଏସ),ଟିଟିଲାଗଡ ବନବିଭାଗ ବେଲଗାଁ ସେକ୍ସନ ଅନ୍ତର୍ଗତ ନିମପଡ଼ା ବର୍ଣୀ ଜଙ୍ଗଲ ଠାରେ ଥିବା କେନାଲ ରେ ପଡ଼ି ଏକ ମାଈ ହାତୀ ର ମୃତ୍ୟୁ ଘଟିଛି।ସୂଚନା ଅନୁଯାୟୀ କିଛିଦିନ ପୂର୍ବେ ପଡୋଶୀ ଜିଲ୍ଲା କଳାହାଣ୍ଡି ରୁ ଏକ ଗୋଷ୍ଠୀ ଛଡା ମାଇ ହାତୀ ବର୍ଣି ଜଙ୍ଗଲ କୁ ପ୍ରବେଶ କରିଥିଲା।ହାତୀ ଟି ୮ ଦିନ ଅସୁସ୍ଥ ଥିବା ବେଳେ ବନ ବିଭାଗ ପକ୍ଷରୁ ନିୟମିତ ଟ୍ରାକିଂ କରାଯାଉଥିବା ସୂଚନା ମିଳିଛି।ଗତ ରାତିରେ ନାଳ ପାର ହେବା ସମୟରେ କେନାଲ ରେ ପଡ଼ି ହାତୀ ର ମୃତ୍ୟୁ ଘଟିଥିବା ଜଣାପଡିଛି।ସୂଚନା ପାଇ ବଲାଙ୍ଗୀର ଡିଏଫ୍ଓ ଅଜିତ ବିଶି ଓ ଟିଟିଲାଗଡ ରେଞ୍ଜର ଶୈଳେଶ ବିଶି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।ମୃତ ହାତୀ ର ବ୍ୟବଚ୍ଛେଦ ପରେ ମୃତ୍ୟୁ ର ପ୍ରକୃତ କାରଣ ଜଣା ପଡ଼ିବା ନେଇ ବିଭାଗୀୟ ସୂଚନା ମିଳିଛି।

