ଅବସରକାଳୀନ ସମ୍ବର୍ଦ୍ଧନା ସଭା

0
16

ଟିଟିଲାଗଡ,୩୧/୧୨(ଜେଏନଏସ), ଟିଟିଲାଗଡ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ କନିଷ୍ଠ କିରାଣୀ ଅନନ୍ତ ବିଶ୍ଵାଳ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି।ଶ୍ରୀ ବିଶ୍ଵାଳ ଜଣେ ଆଦର୍ଶ ଓ ଶୃଙ୍ଖଳିତ କର୍ମଚାରୀ ଭାବରେ ନିଜ ଦାୟିତ୍ଵ ନିର୍ବାହ କରିଥିବା ବେଳେ ତାଙ୍କ ମେଳାପି ସ୍ଵଭାବ ଯୋଗୁଁ ସେ ସମସ୍ତ ବିଦ୍ୟାଳୟର ତଥା ସାମାଜିକ ଜୀବନରେ ମଧ୍ୟ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଦେଖିବାକୁ ମିଳିଛି।ବିଦ୍ୟାଳୟ ପକ୍ଷରୁ ବିଦାୟୀ କିରାଣୀ ଶ୍ରୀ ବିଶ୍ଵାଳ ଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଅଧ୍ୟକ୍ଷ ଗୁରୁବାରୁ ସେନ୍ଦୁରିଆ ସଭା ର ସଭାପତିତ୍ବ କରିଥିବା ବେକେ ଶିକ୍ଷୟିତ୍ରୀ ଲିଲି ପ୍ରଧାନ ସଭା ପରିଚାଳନା କରିଥିଲେ।କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ,ଛାତ୍ରୀ ତଥା ଅଣ ଶିକ୍ଷକ କର୍ମଚାରୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here