ଟିଟିଲାଗଡ,୨୮/୧୨(ଜେଏନଏସ),ଟିଟିଲାଗଡ କୁମୁଡା ପାହାଡ ସୁରକ୍ଷା ସମିତି ପକ୍ଷରୁ ସହରର ଜଣାଶୁଣା କଳା ପ୍ରେମୀ ତଥା ଚଳଚିତ୍ର ନିର୍ଦ୍ଦେଶକ ସ୍ବର୍ଗତ ବାପି ଡେବିଡ଼ ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି।ସମିତି ସମ୍ପାଦକ ଉପେନ୍ଦ୍ର ବାଗ ଙ୍କ ନେତୃତ୍ୱରେ ଆୟୋଜିତ ଶୋକ ସଭାରେ ସମିତି ର ସମସ୍ତ ସଭ୍ୟ ଉପସ୍ଥିତ ରହି ଟିଟିଲାଗଡ ମାଟି ର କଳାପ୍ରେମୀ ବାପି ଡେବିଡ ଙ୍କ ଶ୍ରୁତିଚାରଣ କରିଥିଲେ।ପ୍ରକାଶ ଯୋଗ୍ୟ ଯେ ଟିଟିଲାଗଡ ସହରର ଯୁବ ଚଳଚ୍ଚିତ୍ର ନିର୍ଦ୍ଦେଶକ ଙ୍କ ୨ ଦିନ ପୂର୍ବରୁ ହୃଦଘାତ ରେ ଅକାଳ ବିୟୋଗ ଘଟିଥିଲା। ଗତକାଲି ସ୍ଥାନୀୟ କବରଖାନା ରେ ଖ୍ରୀଷ୍ଟିଆନ ରୀତିନୀତି ଅନୁଯାୟୀ ତାଙ୍କୁ କବର ଦିଆଯାଇଥିଲା।ତାଙ୍କ ବିୟୋଗରେ ସହରର ବିଭିନ୍ନ ମହଲରୁ ଗଭୀର ଶୋକ ପ୍ରକାଶ ପାଇଛି।

