ଟିଟିଲାଗଡ,୨୩/୧୨(ଜେଏନଏସ,ଟିଟିଲାଗଡ ଡି ଏ ଭି ସ୍ଵୟଂଶାସିତ ମହାବିଦ୍ୟାଳୟ ପରିସରରେ ଯୁକ୍ତ ତିନି ବର୍ଗ ର ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି। ଅଧ୍ୟକ୍ଷ ଗୋବିନ୍ଦ ମେହେର ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଟିଟିଲାଗଡ ପୁଲିସ ଏସ ଆଇ ସୁକନ୍ୟା ରାଉତ ମୁଖ୍ୟଅତିଥି ଏବଂ ଅଧ୍ୟାପକ ଡ଼ ରମାକାନ୍ତ ବେହେରା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଏହି ପ୍ରଶିକ୍ଷଣ ଶିବିର ର ଆବଶ୍ୟକତା ଓ ପ୍ରାସଙ୍ଗିକତା ସମ୍ବନ୍ଧରେ ଆଲୋକପାତ କରିଥିଲେ। ପ୍ରଶିକ୍ଷିକା ଯାଜ୍ଞସେନୀ ମାଝୀ ଓ ସାରଳା ସାହୁ ଛାତ୍ରୀ ମାନଙ୍କୁ ତାଲିମ ପ୍ରଦାନ କରୁଥିବା ବେଳେ ଏହି ସପ୍ତାହ ବ୍ୟାପି ହେବାକୁ ଥିବା ଶିବିର କୁ ନେଇ ଛାତ୍ରୀ ଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।କାର୍ଯ୍ୟକ୍ରମ ପରିଚାଳନାରେ ଡ଼ ବୈଜୟନ୍ତ ସିଂ ତଣ୍ଡକାର,ଭାରତୀ ମାଝୀ,ସବାନା ବଡ଼ପଣ୍ଡା,ଅଳକା ନନ୍ଦ ମଲ୍ଲ,ଅରୁଣ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିବା ବେଳେ ଡ଼ ଦୂର୍ଗେଶ୍ୱରୀ ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

