ଟିଟିଲାଗଡ ରେ ଆୟୋଜିତ ହେବ ଭଗବାନ ଶିବ କଥା

0
4

ଟିଟିଲାଗଡ଼,୧୯/୧୨(ଜେଏନ୍ଏସ),ଦିବ୍ୟ ଜ୍ୟୋତି ଜାଗୃତି ସଂସ୍ଥା ଦ୍ଵାରା ଟିଟିଲାଗଡ଼ ସହରର ଗୋବିନ୍ଦ ବାଟିକା ଠାରେ ଆସନ୍ତା ୨୫ ରୁ ୩୧ ତାରିଖ ପର୍ଯ୍ୟନ୍ତ ସପ୍ତାହ ବ୍ୟାପି ଭଗବାନ ଶିବ କଥା କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି।ଏହି ପରିପ୍ରେକ୍ଷୀରେ ଆୟୋଜକ ଙ୍କ ପକ୍ଷରୁ ସ୍ଥାନୀୟ ହୋଟେଲ ସାମ୍ ରେ ଆହୁତ ସାମ୍ବାଦିକ ସମ୍ମିଳନୀ ରେ ସବିଶେଷ ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ ଆସନ୍ତା ଗୁରୁବାର ଠାରୁ ପ୍ରତ୍ୟେକ ଦିନ ଅପରାହ୍ନ ୩ ଟା ରୁ ସନ୍ଧ୍ୟା ୭ ଘଣ୍ଟା ଯାଏ କଥା ମୃତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।କାର୍ଯ୍ୟକ୍ରମ ଅନ୍ତର୍ଗତ ଶିଖନ୍ତୁ ନନ୍ଦୀ ସଦୃଶ ସମର୍ପଣ ର ରହସ୍ୟ,କିପରି ପହଞ୍ଚିବେ ଶିବ ଙ୍କ କୈଳାଶ ଧାମ, ମୃତ୍ୟୁରୁ ପାର ହେବାର ଶାଶ୍ଵତ ପଥ କଣ?,କେବଳ ନାମ ଜପରେ ମୋକ୍ଷ ସମ୍ଭବ କି?,ଗଙ୍ଗା ଅବତରଣ ର ବୈଜ୍ଞାନିକ ବିଶ୍ଳେଷଣ ଆଦି ପ୍ରସଙ୍ଗ କଥା ର ମୁଖ୍ୟ ଆକର୍ଷଣ ରହିଛି।ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସ୍ବାମୀ ନରେଶା ନନ୍ଦ,ସାଧୱି ନିବେଦିତା ଭାରତୀ, କମିଟି ସଦସ୍ୟା ଉମା ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here