ବିଶ୍ୱ ଏଡ଼ସ ଦିବସ ପାଳିତ

0
7

ଟିଟିଲାଗଡ,୦୧/୧୨(ଜେଏନଏସ),ସ୍ଥାନୀୟ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବିଶ୍ଵ ଏଡ଼ସ ଦିବସ ପାଳିତ ହୋଇଯାଇଛି।ଆୟୋଜିତ ସଭାରେ ବିଦ୍ୟାଳୟ ର ଅଧ୍ୟକ୍ଷ ଗୁରୁବାରୁ ସେନ୍ଦୂରିଆ ଏଡ଼ସ ସଚେତନା ଉପରେ ବିଶଦ ଆଲୋଚନା କରି ଏହି ଦୁରାରୋଗ୍ୟ ପ୍ରତି ସତର୍କ ରହିବା ପାଇଁ ମାର୍ଗ ଦର୍ଶନ କରିଥିଲେ।କାର୍ଯ୍ୟକ୍ରମ ରେ ସାମ୍ବାଦିକ ମନୋଜ ଶତପଥୀ ମୁଖ୍ୟଅତିଥି,ଡିଗ୍ରୀ କଲେଜ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାମିନି,ୟୁଥ୍ ରେଡକ୍ରସ କାଉନସିଲ ର ଜଗନ୍ନାଥ ପିଡ଼ିକାକା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଏଡ଼ସ ସମ୍ଵନ୍ଧରେ ସଚେତନା କରିଥିଲେ।ଏହି ଅବସରରେ ବିଦ୍ୟାଳୟରେ ସଂପୃକ୍ତ ବିଷୟ ବସ୍ତୁ କୁ ନେଇ ଆୟୋଜିତ ପ୍ରବନ୍ଧ,ବକ୍ତୃତା ଓ ସାଧାରଣ ଜ୍ଞାନ ଆଦି ପ୍ରତିଯୋଗିତା ର କୃତ୍ତି ପ୍ରତିଯୋଗୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ସେହିପରି ଉଭୟ ଡ୍ରିଗ୍ରୀ କଲେଜ ଓ ବିଦ୍ୟାଳୟ ର ଛାତ୍ରୀ ସମୂହ ଏକ ସଚେତନା ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ।କାର୍ଯ୍ୟକ୍ରମରେ ବେଳାଳ ସେନ ନାୟକ, ବବୁନ କୁମାର ସାହୁ,ପ୍ରକାଶ ପ୍ରଧାନ, ଲିପାସା ଆଚାରୀ,ଅଙ୍କିତା ମେହେର, ଥବୀର ସାହୁ, ଅବଳ ମାଝୀ, ମନିସ ଦୀପ ପ୍ରମୁଖ ଙ୍କ ସହ ବିଦ୍ୟାଳୟ ଓ କଲେଜ କର୍ମଚାରୀ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମ ଶେଷରେ ଶିକ୍ଷୟିତ୍ରୀ ଲିଲି ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here